ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରକାଶ ପାଇଲା ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ । ପରୀକ୍ଷା ଫଳ କେବେ ବାହାରିବ ସେନେଇ ଛାତ୍ରାଛତ୍ରୀ ଦ୍ୱନ୍ଦରେ ରହିଥିବା ବେଳେ ଏହାପୂର୍ବରୁ ବୋର୍ଡ ପକ୍ଷରୁ କୁହାଯାଇଥିଲା କି ଜୁଲାଇ ୧୫ ପୂର୍ବରୁ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇପାରେ । କିନ୍ତୁ ଏବେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା କରି ଦିଆଯାଇଛି ।
ଏଥରକ ଦ୍ୱାଦଶ ଶ୍ରେଣୀରେ ୮୮.୭୮ ପ୍ରତିଶତ ପାସ୍ ହାର ରହିଛି । ଗତ ବର୍ଷ ମୁକାବିଲା ରେ ୫.୩୮ ପ୍ରତିଶତ ଅଧିକ ରହିଛି । ଏଥିରେ ଛାତ୍ରମାନଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ଛାତ୍ରୀ । ଛାତ୍ର-ଛାତ୍ରୀମାନେ ସେମାନଙ୍କ ଫଳାଫଳ ଜାଣିବା ପାଇଁ cbseresults.nic.in କୁ ଯାଇ ସେମାନଙ୍କ ରେଜଲ୍ଟ ଜାଣି ପାରିବେ ।
ଲକ୍ ଡାଉନ୍ ପାଇଁ ଦ୍ୱାଦଶ ଶ୍ରେଣୀର ବାକି ରହିଯାଇଥିବା ପରୀକ୍ଷାକୁ ବାତିଲ କରି ଦିଆଯାଇଥିଲା । ପୂର୍ବ ପରୀକ୍ଷାର ଆସେସମେଣ୍ଟ ଆଧାରରେ ବୋର୍ଡ ପକ୍ଷରୁ ରେଜଲ୍ଟ ପ୍ରସ୍ତୁତ କରାଯାଇଛି ।