ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ୧୦ ବିଲିଅନ ଡଲାର ନିବେଶ କରିବା ପାଇଁ ଘୋଷଣା କରିଛି ଗୁଗଲ । କରୋନା ପାଇଁ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଗୁଗଲ ପକ୍ଷରୁ ଏଭଳି ଘୋଷଣା କରାଯାଇଛି ।ଏନେଇ ଗୁଗଲ ପକ୍ଷରୁ କୁହାଯାଇଛି କି, ଏହି ନିବେଶ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆର ଭିଜନକୁ ସାକାର କରିବାରେ ସହାୟକ ହେବ ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଏଥିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ଏହାର ସୂଚନା ଦେଇ ମୋଦି କହିଛନ୍ତି କି, ଆମେ ଅନେକ ପ୍ରସଙ୍ଗ ଉପରେ କାଥା ବାର୍ତ୍ତା ହୋଇଛୁ । ଭାରତର କୃଷକ, ଯୁବପିଢୀ ଏବଂ ଉଦ୍ୟୋଗକାରୀଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଟେକ୍ନଲୋଜିର ପାୱର ବ୍ୟବହାର ଉପରେ ଚର୍ଚ୍ଚା କରିଛୁ । ଏହାସହିତ କରୋନା କାଳରେ ସୃଷ୍ଟି ହେଉଥିବା ନୂତନ କାର୍ଯ୍ୟ ସଂସ୍କୃତି ଉପରେ ବି ଆଲୋଚନା ହୋଇଛି ।
ପ୍ରକୃତରେ ଆଜି ଗୁଗଲ ଫର୍ ଇଣ୍ଡିଆ ବାର୍ଷିକ ସମାରୋହ ଭର୍ଚୁଆଲି ଆୟୋଜିତ ହୋଇଛି । କରୋନା ଭାଇରସ ପାଇଁ ଏହି ସମାରୋହକୁ ଭର୍ଚୁଆଲି ଭାବେ ଆୟୋଜିତ କରାଯାଇଛି । ଏଥିରେ ଗୁଗଲ ଏବଂ ଅଲ୍ଫାବେଟ ର ସିଇଓ ସୁନ୍ଦର ପିଚାଇ ବି ଉପସ୍ଥିତ ଅଛନ୍ତି ।