ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଉଁସିଲ ଫର ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ (ସିଆଇଏସସିଇ) ପକ୍ଷରୁ ୧୦ମ ଏବଂ ଦ୍ୱାଦଶ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଆଜି ଅପରାହ୍ନ ୨.୩୦ ରେ ବୋର୍ଡର ଅଫିସିଆଲ ୱେବସାଇଟ ରେ ପରୀକ୍ଷା ଟାଇମ ଟେବୁଲ ଅପଲୋଡ କରାଯାଇଛି ।
ସେହି ଅନୁସାରେ ଆଇସିଏସଇ ବୋର୍ଡର ୧୦ମ ପରୀକ୍ଷା ଜୁଲାଇ ୨, ୨୦୨୦ ରୁ ଆରମ୍ଭ ହୋଇ ୧୨ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଆଇଏସସି ର ଦ୍ୱାଦଶ ପରୀକ୍ଷା ୧ ଜୁଲାଇ ୨୦୨୦ ରୁ ଆରମ୍ଭ ହୋଇ ୧୪ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଚାଲିବ ।
ଦୁଇଟି ଶ୍ରେଣୀର କେଉଁ ବିଷୟରେ କେବେ ପରୀକ୍ଷା ହେବ ତାର ପୁରା ତାଲିକା ଉପରେ ନଜର ପକାନ୍ତୁ…
୧୦ମ ଶ୍ରେଣୀ ପରୀକ୍ଷା ଟାଇମ ଟେବୁଲ
୨ ଜୁଲାଇ- ଜୋଗ୍ରାଫି (ଏଚସିଜି ପେପର-୨)
୪ ଜୁଲାଇ- ଆର୍ଟ ପେପର ୪ (ଆପଲାୟଡ ଆର୍ଟ)
୬ ଜୁଲାଇ- ଗ୍ରୁପ ୩ ଇଲେକ୍ଟିଭ ସବଜେକ୍ଟସ
୮ ଜୁଲାଇ- ହିନ୍ଦୀ
୧୦ ଜୁଲାଇ- ବାୟୋଲୋଜି (ସାଇନ୍ସ ପେପର ୩)
୧୨ ଜୁଲାଇ- ଇକୋନମିକ୍ସ (ଗ୍ରୁପ୍ ୨ ଇଲେକ୍ଟିଭ)
ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଟାଇମ ଟେବୁଲ:
୧ ଜୁଲାଇ – ବାୟୋଲୋଜି (ପେପର ୧) ଥିଓରି
୩ ଜୁଲାଇ- ବିଜନେସ୍ ଷ୍ଟଡିଜ୍
୫ ଜୁଲାଇ- ଜୋଗ୍ରାଫି
୭ ଜୁଲାଇ- ସାଇକୋଲୋଜି
୯ ଜୁଲାଇ- ସୋସିଓଲୋଜି
୧୧ ଜୁଲାଇ- ହୋମ ସାଇନ୍ସ (ପେପର ୧) ଥିଓରି
୧୩ ଜୁଲାଇ- ଇଲେକ୍ଟିଭ ଇଂଗ୍ଲିସ
୧୪ ଜୁଲାଇ- ଆର୍ଟ ୫ କ୍ରାଫ୍ଟ