ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଚାରିଆଡେ ପ୍ରତିଶୋଧର ବହ୍ନି ଜଳୁଥିବା ବେଳେ, ଆଜି ସକାଳୁ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ତେଲେଙ୍ଗାନା ପୋଲିସ ମୁତାବକ, ୪୪ ନମ୍ବର ଜାତୀୟ ରାଜପଥରେ ଅଭିଯୁକ୍ତଙ୍କୁ କ୍ରାଇମ୍ ସିନ୍ ରିକଂଷ୍ଟ୍ରକ୍ଟ କରିବା ପାଇଁ ନିଆଯାଇଥିଲା । ସେଠାରୁ ଅଭିଯୁକ୍ତମାନେ ଖସି ପଳାଇବା ପାଇଁ ଚେଷ୍ଟା କରିବା ବେଳେ ତାଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା । ଏହି ଘଟଣାପରେ ପୋଲିସ କମିଶନର ବିସି ସଜ୍ଜନାରଙ୍କ ନାଁ ଚର୍ଚ୍ଚାରେ ରହିଛି ।
ପୋଲିସ କମିଶନର ଭିସି ସଜ୍ଜନାରଙ୍କୁ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଜଣା ଯାଇଥାଏ । ଏହାସହିତ ତାଙ୍କୁ ଏନକାଉଣ୍ଟର ମ୍ୟାନ୍ ବୋଲି ମଧ୍ୟ କୁହାଯାଏ । ତାଙ୍କ କାର୍ଯ୍ୟକାଳ ଅବସରରେ ଏଭଳି ଅନେକ ଏନକାଉଣ୍ଟର ହୋଇଛି ।
ଏହା ତାଙ୍କର ପ୍ରଥମ ଏନକାଉଣ୍ଟର ନୁହେଁ । ଏହା ପୂର୍ବରୁ ସେ ଅନେକ ଏନକାଉଣ୍ଟର କରିଛନ୍ତି । ଆନ୍ଧ୍ରପ୍ରଦେଶରେ ସକ୍ରିୟ ମାଓବାଦୀଙ୍କ ବିରୋଧରେ ଭିସି ସଜ୍ଜନାର ଅନେକ ଏନକାଉଣ୍ଟର କରିଛନ୍ତି । ଏହି ଦବଙ୍ଗ ପୋଲିସ କମିଶନରଙ୍କ ନାଁ ଶୁଣିଲା ମାତ୍ରେ ହିଁ ମାଓବାଦୀଙ୍କ ହୋସ ଉଡିଯାଇଥାଏ ।
ସେହିପରି ତେଲେଙ୍ଗାନାର ବାରଙ୍ଗଲରେ ୨୦୦୮ ମସିହାରେ ଏକ ଛାତ୍ରୀ ଉପରେ ଏସିଡ୍ ଆକ୍ରମଣ କରାଯାଇଥିଲା । ଏଥିରେ ଛାତ୍ରୀ ଜଣଙ୍କା ଗୁରୁତର ହୋଇପଡିଥିଲେ । ଏହି ମାମଲାରେ ବି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ ।