ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା ଜାନୁଆରୀ ୧୧ ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ଶେଷ ସେମିଷ୍ଟାର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ ଡିଗ୍ରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ ପୁନଃ ଖୋଲିବାକୁ ଯାଉଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।
କଲେଜ ଓ ବିଶ୍ୱବିଦ୍ୟାଳୟ ଜାନୁଆରୀ ୧୧ରୁ ଖୋଲିବା ସହ ମାର୍ଚ୍ଚ ୧୫ ଯାଏଁ ପାଠପଢା ଚାଲିବ ।ଏହାପରେ ମାର୍ଚ୍ଚ ୩୧ ଭିତରେ ପରୀକ୍ଷା ହେବା ସହ ଏପ୍ରିଲ ୩୦ ମଧ୍ୟରେ ଫଳାଫଳ ପ୍ରକାଶ ହେବ ।
ସୂଚନାଯୋଗ୍ୟ. ଜାନୁଆରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାର ନିଷ୍ପତି ରାଜ୍ୟ ସରକାର ନେଇଥିବା ବେଳେ ଏବେ ପୁଣି କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଳିବାର ନିଷ୍ପତି ନେଇଛନ୍ତି ।