ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର ସମସ୍ତ ଅଣ୍ଡର ଗ୍ରାଜୁଏଟଙ୍କ ପାଇଁ ଚଳିତ ଶିକ୍ଷାବର୍ଷରୁ ଏକକ ସିଲାବସ ଲାଗୁ କରାଯିବ । ୨୦୧୯-୨୦ ଶିକ୍ଷାବର୍ଷରୁ ରାଜ୍ୟର ସବୁ କଲେଜରେ ଏକକ ସିଲାବସ୍ ପ୍ରଚଳନ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସହ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କୁଳପତିଙ୍କ ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି ।
ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ଏହା କାର୍ଯ୍ୟକାରୀ ହେବ । ଏହାସହ କଲେଜରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ତୁରନ୍ତ ପୂରଣ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଉଚ୍ଚଶିକ୍ଷା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ମେଧାବୀଙ୍କୁ ମିଳିବ ମାଗଣା କୋଚିଂ ଏବଂ ଆର୍ଥିକ ସହାୟତା ।
ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଭିସିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଏକକ ସିଲାବସ୍ ଲାଗୁ କରିବା ପାଇଁ ନିଷ୍ପତି ହୋଇଛି । ଏହାସହ ଉଚ୍ଚ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇଁ ବୈଠକରେ ଆଲୋଚନା ଚର୍ଚ୍ଚା ହୋଇଥିଲା । ସେହିଭଳି ୧୦୦ଜଣ ଛାତ୍ରଙ୍କୁ ସିଭିଲ ସର୍ଭିସ ପାଇଁ ତାଲିମ ଏବଂ କୋଚିଂ ଦିଆଯିବ । ତେବେ ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୮୬ଜଣ ଛାତ୍ର ଏଥିପାଇଁ ଆବେଦନ କରିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।