ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଇଞ୍ଜିନିୟରିଂ ଆଡମିଶନ ସମୟସୀମା ବୃଦ୍ଧି । ରାଜ୍ୟରେ ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମ ଲେଖା ସମୟସୀମା ଡିସେମ୍ବର ୩୧ ଯାଏଁ ବୃଦ୍ଧି ପାଇଛି । ପୂର୍ବରୁ ୧୫ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ସମୟ ସୀମା ରହିଥିଲା ।
ସମୟ ସୀମା ବୃଦ୍ଧି କରିବା ପାଇଁ ଓଡିଶା ପ୍ରାଇଭେଟ ଇଞ୍ଜିନିୟରିଂ କଲେଜ ଆସୋସିଏସିନ ଓପେକା ପକ୍ଷରୁ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟର ଆବେଦନ କରାଯାଇଥିଲା । ଏହାପରେ ସୁପ୍ରିମକୋର୍ଟ ସମୟସୀମା ବୃଦ୍ଧି ନେଇ ରାୟ ଶୁଣାଈଛନ୍ତି ।