ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦୀର୍ଘ ୧୦ ମାସ ପରେ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା । କୋଭିଡ କଟକଣା ମଧ୍ୟରେ ସକାଳ ୮.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଡା ହେବ । ସ୍କୁଲ ରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜର ବ୍ୟବହାର କରିଛନ୍ତି ।
ଫେବ୍ରୁଆରୀ ୮ ତାରିଖରୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ପାଠପଢା ଚାଲିବ । ଏନେଇ ସମସ୍ତ କ୍ୟାମ୍ପସକୁ ସାନିଟାଇଜର କରାଯାଇଥିବା ସୂଚନା ମିଳିଛି । ମାର୍ଚ୍ଚ ଶେଷ ସୁଦ୍ଧା ସପ୍ତାହରେ ପିଲାଙ୍କ ଗୋଟେ ୟୁନିଟ ଟେଷ୍ଟ ହେବ । ଏପ୍ରିଲ ମାସ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।
ଦଶମ ଶ୍ରେଣୀ ଛାତ୍ରଛାତ୍ରଙ୍କ ପାଠପଢା ପୂବାହ୍ନ ୧୧ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ୭ ଟି ପିରିୟଡର କ୍ଲାସ ହେବ । ସ୍କୁଲ କୁ ପ୍ରବେଶ କରିବା ପୁର୍ବରୁ ପିଲାଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ଭିତରକୁ ଛଡାଯିବ । ଥରେ ପିଲାମାନେ ସ୍କୁଲ ଭିତରକୁ ଗଲେ ଆଉ ସେମାନଙ୍କୁ ବାହାରକୁ ଛହାଯିବ ନାହିଁ ।
ସେହିପରି ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା କରି ପିଲାମାନେ ବସିବାର ବ୍ୟବସ୍ଥା କରାଯାଇଛି । ଶିକ୍ଷକମାନେ କ୍ଳାସ ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ସ୍କୁଲକୁ ଆସିବେ । ଦୁଇଟି ସିଫ୍ଟରେ ପାଠପଢା ହେବ । ସକାଳୁ ପଢ଼ାଉଥିବା ଶିକ୍ଷକ ସାଢ଼େ ୧ଟା ପର୍ୟ୍ୟନ୍ତ ସ୍କୁଲରେ ରହିବେ । ଦ୍ୱିତୀୟ ସିଫ୍ଟରେ ଆସିଥିବା ଶିକ୍ଷକ ୪ଟାରେ ସ୍କୁଲରୁ ଯିବେ ।