ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଗତ କାଲି ପ୍ରକାଶ ପାଇଛି ଚଳିତ ବର୍ଷରJEE Main ୨୦୨୦ ରେଜଲ୍ଟ । ଏହି ପରୀକ୍ଷାରେ ଓଡିଶା ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ। ସେ ୯୯.୯୯% ରଖି ଦେଶରେ ୩୪ତମ ସ୍ଥାନ ହାସଲ କରିଛନ୍ତି । ଦେଶର ୨୪ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ଟପ୍ପର ତାଲିକାରେ ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟ ମାର୍କ ରଖିଛନ୍ତି , ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଦିଲ୍ଲୀରୁ ୫ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହିଛନ୍ତି । ରାଜସ୍ଥାନରୁ ୪, ଆନ୍ଧ୍ର ପ୍ରଦେଶରୁ ୩, ହରିୟାଣାରୁ ୨ ଏବଂ ଗୁଜରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ତେବେ ଓଡ଼ିଶାରୁ ୨୭ ହଜାର ଛାତ୍ରଛାତ୍ରୀ ର୍ୟାଙ୍କ ହାସଲ କରି ଭଲ ନମ୍ବର କରିଥିବା ଏନଟିଏ ପକ୍ଷରୁ କୁହାଯାଇଛି । ଏହି ପରୀକ୍ଷା ଫଳ ଆଧାରରେ ଓଡ଼ିଶାରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖା ହେବ । କରୋନା ପାଇଁ ଲକଡାଉନ ଓ ସଟଡାଉନକୁ ନେଇ ବହୁ ବାଦବିବାଦ ପରେ ସେପ୍ଟେମ୍ବର ୧ ରୁ ୬ ତାରିଖ ପର୍ୟ୍ୟନ୍ତ ଏହି ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା । ତେବେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଚଳିତ ମାସ ୨୭ ତାରିଖରେ ହେବ । ପରୀକ୍ଷା ଫଳ ଭଲ ଆସିଥିବାରୁ ପରୀକ୍ଷାର୍ଥୀଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । JEE Main ପାଇଁ ୮ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ ଅର୍ଥାତ୍ ୭୪% ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024