ଭୁବନେଶ୍ୱର(ଏଯିଆର ବ୍ୟୁରୋ): ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକମାନେ ବେଶ ଚିନ୍ତାରେ ଅଛନ୍ତି । ଘୁଞ୍ଚିବନି ମାଟ୍ରିକ ଓ +୨ ପରୀକ୍ଷା ତାରିଖ ।ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ । ଏହି ଦୁଇ ପରୀକ୍ଷା ନେଇ କୈାଣସି ଦ୍ୱନ୍ଦ ନାହିଁ ବୋଲି ସେ କହିଛନ୍ତି । ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ନବମ ଶ୍ରେଣୀ ବନ୍ଦ ରହିଥିବାରୁ ସରକାର ପରୀକ୍ଷା ନେଇ ଆଲୋଚନା କରୁଛନ୍ତି । ତେଣୁ ପରୀକ୍ଷା ହେବ କି ନାହିଁ ସେ ନେଇ କୈାଣସି ଆଲୋଚନା ଜାରି ରହିଛି । କରୋନା ମହାମାରୀ ଧିରେ ଧିôରେ ବୃଦ୍ଧି ପାଉଥିବାରୁ ରାଜ୍ୟା ସମସ୍ତ ସ୍କୁଲରେ ଗୁରୁବାରଠାରୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ବନ୍ଦ ରହିଛି । ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ବନ୍ଦ ରହିବ ।
ସ୍କୁଲ କତ୍ତୃପକ୍ଷ ଯଦି ଚାହିଁବେ ତେବେ ଅନଲାଇନ ମାଧ୍ୟମରେ କ୍ଲାସ କରିପାରିବେ । ଅନ୍ୟପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି ।