ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ୬୦ ଟି କେନ୍ଦ୍ରରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା ।
ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ କେନ୍ଦ୍ରମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥ କରାଯାଇଛି । ଖାତା ଦେଖା ସମୟରେ ସାମାଜିକ ଦୂରତା ଏବଂ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।
ଲକ୍ ଡାଉନ୍ ପାଇଁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିବା ବେଳେ ଦୁଇ ଦୁଇ ଥର ଖାତା ମୂଲ୍ୟାୟନ ତାରିଖରେ ପରିବର୍ତ୍ତନ କରାଯାଇଥିଲା । ଏବେ ପୁଣି ଆସନ୍ତାକାଲିଠୁ ଖାତା ମୂଲ୍ୟାୟନ ପାଇଁ ନିଷ୍ପତି ନିଆଯାଇଛି । ଏହାସହିତ ୪୫ ଦିନ ମଧ୍ୟରେ ଫଳାଫଳ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।