ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସରିଛି ମାଟ୍ରିକ ପରୀକ୍ଷା । ଆସନ୍ତା ମାର୍ଚ୍ଚା ୧୯ ତାରିଖରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଖାତା ଦେଖା ସମୟରେ କରୋନା ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗତକାଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଡିଇଓ, ବିଇଓ ଓ ଚିଫ ଏକଜାମିନରଙ୍କୁ ଭିଡିଓ କନପରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୮ଟା ୩୦ରୁ ଅପରାହ୍ନ ୪ଟା ୩୦ ମିନିଟ ଯାଏଁ ୩ଟି ପର୍ଯ୍ୟୟରେ ଖାତା ଦେଖାହେବ ।
ସମଗ୍ର ରାଜ୍ୟରେ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଅନୁସାରେ ମୂଲ୍ୟାୟନକାରୀ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ ଅନୁଯାଇ ନିଜ ନିଜ ଭିତରେ ଦୂରତା ରକ୍ଷା କରିବେ । ଏହା ସହ ସାନିଟାଇଜର ବ୍ୟବହାର କରିବେ । କରୋନା ଭାଇରସକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।