କଟକ (ଏଟିଆର ବ୍ୟୁରୋ): ଶେଷ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୮ରୁ ଆରମ୍ଭ ହେବ ପରୀକ୍ଷାଖାତାର ମୂଳ୍ୟାୟନ ଯାହା ଏପ୍ରିଲ ୧୦ରେ ଶେଷ ହେବ । ଏଥିପାଇଁ ୧୫ହଜାର ଶିକ୍ଷକ ଓ ଶିକ୍ଷେୟତ୍ରୀଙ୍କୁ ନିୟୋଜିତ କରାଯାଇଛି । ଏଥିପାଇଁ ୬୧ଟି ଖାତା ଦେଖା କେନ୍ଦ୍ର କରାଯାଇଥିବା ବୋର୍ଡର ସଭାପତି ରାମାଶିଷ ହାଜରା ଏହାର ସୂଚନା ଦେଇଛନ୍ତି । ଏହାସହ ସେ ସୂଚନା ଦେଇ କହିଛନ୍ତି, ଫେବୃଆରୀ ୧୯ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଏବର୍ଷ ୫ଲକ୍ଷ ୪୭ହଜାର ପରୀକ୍ଷାର୍ଥୀ ୨ହଜାର ୭୬୩ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।
ସେହିପରି ପରୀକ୍ଷାକୁ ସୁପରିଚାଳନା କରିବା ସହ ଏହାକୁ ସ୍ୱଚ୍ଛ ରୂପେ ସମ୍ପାଦନ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ୪ଥାକିଆ ସ୍କାର୍ଡର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହା ସହ ମୋଟ ୩୦୭ଟି ନୋଡାଲ୍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଥିଲା । ପରୀକ୍ଷା ସମୟ କିଛି କିଛି ସ୍ଥାନରେ ତ୍ରୁଟି ବିଚ୍ୟୁତି ସମ୍ନାକୁ ଆସିଥିଲା । ତେବେ ପରୀକ୍ଷା ମୂଲ୍ୟାୟନ ସମୟରେ ଯେପରି କିଛି ବିଭ୍ରାଟ ନହେବ ସେଥିପାଇଁ ଅଧିକ ଧ୍ୟାନ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।