ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଅନଲାଇନ ଫର୍ମ ପୂରଣ । ଚଳିତବର୍ଷ ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନରେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା ହୋଇଛି । ସେମାନେ ଅନଲାଇନରେ ଫର୍ମ ପୂରଣ କରି ପରୀକ୍ଷା ଦେଇପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଲାଗିବ ନାହିଁ । ଏହି ଫର୍ମ ପୂରଣ ପ୍ରକ୍ରିୟା ଜୁଲାଇ ୧୪ ଯାଏଁ ଚାଲିବ ।
ଛାତ୍ରଛାତ୍ରୀ ମାନେ ବିଏସଇ ବୋର୍ଡର ୱେବସାଇଟକୁ ଯାଇ ଫର୍ମ ପୂରଣ କରିପାରିବେ । ଏଥିରେ ସମସ୍ତ ନିର୍ଦ୍ଦେଶାବଳୀମାନ ଦିଆଯାଇଛି । ସେହିଅନୁଯାୟୀ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଜୁଲାଇ ୩୦ ରେ ଆରମ୍ଭ ହେବ ଅଫଲାଇନ ପରୀକ୍ଷା ଏହା ଅଗଷ୍ଟ ମା ତାରିଖରେ ଶେଷ ହେବ । ପରୀକ୍ଷା ବେଳେ ସମସ୍ତ କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରାଯିବ ।