ବ୍ରହ୍ମପୁର (ଏଟିଆର ବ୍ୟୁରୋ): ରାଜ୍ୟରେ କେବଳ ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଥିବା ବେଳେ ଆଜିଠୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ ଟୀକା । ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହୋଇଥିବ ଏବଂ ସେମାନେ ପ୍ରଥମ ଡୋଜ ନେବେ ସେମାନଙ୍କୁ କୋଭାକ୍ସିନ ଟୀକା ଦିଆଯିବ । କିନ୍ତୁ ଯେଉଁମାନେ ପ୍ରଥମ ଡୋଜ ନେଇ ସାରିଛନ୍ତି ଦ୍ୱିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ସେମାନଙ୍କୁ କୋଭିସିଲ୍ଡ ଟୀକା ହିଁ ଦିଆଯିବ ।
ଟୀକାକରଣ ପାଇଁ ଗଞ୍ଜାମ ଜିଲ୍ଲାରେ ୧୫୫ ଟି ଟିକାକରଣ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୯୯ ଟି କେନ୍ଦ୍ରରେ କୋଭାକ୍ସିନ ଦିଆଯିବ ଏବଂ ଆଉ ୫୬ ଟି କେନ୍ଦ୍ରରେ କୋଭିସିଲ୍ଡ ଟୀକା ଦିଆଯିବ । ଏନେଇ ଗଞ୍ଜାମ ଜିଲ୍ଲା ପ୍ରସାଶନ ପକ୍ଷରୁ ୧ ଲକ୍ଷ ୪୦ ହଜାର କୋଭାକ୍ସିନ ଟୀକାର ଡୋଜ ଯୋଗାଇ ଦିଆଯାଇଛି ଏବଂ ଆଉ ୮୫ ହଜାର କୋଭିସିଲ୍ଡ ଟୀକା ଉପଲବ୍ଧ ଅଛି ।