ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ଦୃଷ୍ଟିରେ ରଖି ମ୍ୟାଟ୍ରିକ ଖାତା ଦେଖାକୁ ପୁଣି ସ୍ଥଗିତ ରଖାଯାଇଛି । ଆସନ୍ତା ୨୧ ତାରିଖରୁ ଖାତା ଦେଖା ହେବ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଏବେ ଖାତା ଦେଖାକ ସ୍ଥଗିତ କରି ଦିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରା ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହାସହିତ ପରିବର୍ତ୍ତ ସମୟରେ ଖାତା ଦେଖା ନେଇ ତାରିଖ ଘୋଷଣା ହେବ ବୋଲି ସେ କହିଛନ୍ତି ।
ପୂର୍ବରୁ ଦୁଇ ଦୁଇ ଥର ମ୍ୟାଟ୍ରିକ ଖାତା ଦେଖା ତାରିଖ ଘୁଞ୍ଚା ସରିଲାଣି । ପ୍ରଥମେ ମେ ୨୦ ରେ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଥିଲା । ଏହାପରେ ପୁଣି ୨୧ ତାରିଖକୁ ଘୁଞ୍ଚାଗଲା । ରାଜ୍ୟର ୫୭ଟି କେନ୍ଦ୍ରରେ ଖାତା ଦେଖା ହେବ ବୋଲି ଗତକାଲି ବୈଠକରେ ନିଷ୍ପତି ନିଆଯାଇଛି ।