ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାପା ଅଟୋ ଚାଳକ । କିନ୍ତୁ ପୁଅର ପାଠ ପଢ଼ା ପାଇଁ କୌଣସି ବି ଅବହେଳା କରି ନାହାଁନ୍ତି । ବାପାଙ୍କ ପରିଶ୍ରମର ଫଳ ଦେଇଛନ୍ତି ପୁଅ । ମେଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ରଖି ବାପାଙ୍କ ଟେକ ରଖିଛନ୍ତି । ରାଜଧାନୀ ଭୁବନେଶ୍ୱର ୟୁନିଟ-୩ କ୍ୟାପିଟାଲ ହାଇସ୍କୁଲର ଛାତ୍ର ଅବିନାଶ । ତାଙ୍କର ଏହି ସଫଳତାରେ ପରିବାର ସହିତ ବିଦ୍ୟାଳୟ ମଧ୍ୟ ପ୍ରଂଶସା ସାଉଣ୍ଟିଛି ।
ଅବିନାଶଙ୍କ ବାପା ତ୍ରିନାଥ ନାୟକ ହେଉଛନ୍ତି ଜଣେ ଅଟୋ ଚାଳକ । କିନ୍ତୁ ଅବିନାଶର କୌଣସିରେ କିଛି ଅସୁବିଧା ସେ ରଖିନଥିବା କହିଛନ୍ତି ମେଧାବୀ ଛାତ୍ର । ସେ ଯେତେବେଳେ ଯାହା ବାପାଙ୍କୁ ମାଗିଛନ୍ତି ସବୁ କିଛି ପୂରଣ କରିଛନ୍ତି ତାଙ୍କ ବାପା । ତେବେ ସେ ଦିନକୁ ୫ଘଣ୍ଟାରୁ ୬ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି । କିନ୍ତୁ ଏହା ସେ ନିୟମିତ କରୁଥିଲେ । ଯାହାର ଫଳ ସ୍ୱରୂପ ସେ ପାଇଛନ୍ତି ।
ଭୁବନେଶ୍ୱର ସହୀଦ ନଗର ଅଞ୍ଚଳରେ ରୁହନ୍ତି ଅବିନାଶଙ୍କ ପରିବାର । ତେବେ ସେ ଆଇପିଏସ ହେବାର ଲକ୍ଷ୍ୟ ରଖିଥିବା ଗଣମାଧ୍ୟମ ଆଗରେ ଜଣାଇଛନ୍ତି । ଯୁକ୍ତ ୨ରେ ମଧ୍ୟ ଭଲ ମାର୍କ ରଖିବି ଏବଂ ୟୁପିଏସିରେ ଭଲ ରେଜଲ୍ଟ କରିବାର ଆଶା ରଖିଛନ୍ତି ଅବିନାଶ । ପିଲାଟି ଦିନରୁ ଆଇପିଏସ ହେବାର ଆଶା ତାଙ୍କ ମନରେ ରହିଛି । ଆଇପିଏସଙ୍କ ଗାଡି ପଛପଟେ ଥିବା ତିନିଷ୍ଟାର ଦେଖିବା ପରେ ତାଙ୍କ ମନ ପରିବର୍ତ୍ତନ ହୋଇଛି । ସେ କହିଛନ୍ତି କି ମୋର ମୋ ଗାଡି ପଛପଟେ ମଧ୍ୟ ତିନି ଷ୍ଟାର ଲାଗିବ ।