ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ସକାଳୁ ଘରୁ ପାଦ କାଢିବାକୁ ଲାଗୁଛି ଡର । ଦିନ ସାଢେ ୧୧ ଟା ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ୪୦ ଡିଗ୍ରୀ ଉପରେ ୪ ସହର ।
ଭୁବନେଶ୍ୱର ୪୦.୬, ବାଲେଶ୍ୱର ୪୦.୬, ଚାନ୍ଦବାଲି ୪୦, ଝାରସୁଗୁଡା ୪୦,ସମ୍ବଲପୁର ୩୯.୭, କେନ୍ଦୁଝର ୩୯,ହୀରାକୁଦ ୩୮.୬, ରାଉରକେଲା ୩୭.୯, ଗୋପାଳପୁର ୩୫.୧, ପୁରୀ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।