ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗକୁ ମୁଣ୍ଡଫଟା ଖରା । ବାହାର କଥା ତ ଦୂରରେ ଥାଉ, ଘରେ ରହିବା ବି ମୁସକିଲ୍ ହୋଇପଡିବ । କାରଣ ପ୍ରଚଣ୍ଡ ଖରା ତାପରେ ଘରର କାନ୍ଥ ବାଡରୁ ଖାଲି ନିଆଁ ବାମ୍ପ ବାହାରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଆଜ୍ଞା ହଁ ଆସନ୍ତା ଅପ୍ରିଲ ୨ ତାରିଖରୁ ସକାଳ ବେଳା ହେବା ରାଜର ସମସ୍ତ ସ୍କୁଲ । ଏହାବ୍ୟତିତ ସବୁ ଶ୍ରେଣୀର ପରୀକ୍ଷାକୁ ମାର୍ଚ୍ଚ ୩୦ ସୁଦ୍ଧା ସାରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ ଆଜି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପିଜ୍ଞପ୍ତିରେୂ ସ୍ପଷ୍ଟ ଉଲ୍ଲେଖ ହୋଇଛି କି ଅପ୍ରିଲ ୨ ତାରିଖରୁ ସମସ୍ତ ସ୍କୁଲ ୬ ଟାରୁ ଆରମ୍ଭ ହୋଇ ୧୦ ଯାଏଁ ଚାଲିବ । ଯେତେ ଯାହା ହେଇ ଯାଉ ପଛେ ୧୧ ପରେ କୌଣସି ପ୍ରକାରେ ସ୍କୁଲ ଖୋଲାଯିବ ନାହିଁ ।
ପିଲାମାନେ ଯେପରି ସକାଳ ସମୟରେ ଆସି ଖରା ତାପ ବଢିବା ପୂର୍ବରୁ ଘରେ ପହଁଚିବେ ସେନେଇ ସରକାର ଏହି ନିଷ୍ପତି ନେଇଛନ୍ତି । ସେପଟେ ୨୦୧୯-୨୦ ର ଶିକ୍ଷାବର୍ଷ ଅପ୍ରିଲ ୩ ତାରିତଖରୁ ଆରମ୍ଭ ହୋଇଯିବ । ଶିକ୍ଷାବର୍ଷ ଆରମ୍ଭ ହେବାର ଗୋଟେ ମାସ ପରେ ମାନେ ମେ’ ୬ ତାରିଖରେ ଖରା ଛୁଟି ଦିଆଯିବ । ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲ ପାଇଁ ଏହି ନିୟମ ଲାଗୁ କରାଯିବ ।