ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁଦିବସ ଅବସରରେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ଓଡିଶାର ଦୁଇ ଶିକ୍ଷକ । ଶିକ୍ଷକ ବସନ୍ତ କୁମାର ସାହୁ ଏବଂ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମାନ ଗ୍ରହଣ କଲେ ଦେଶର ମୋଟ ୪୭ଜର ଶିକ୍ଷକ । ଯେଉଁମାନଙ୍କ ମଧ୍ୟରେ ଓଡିଶାର ଦୁଇ ଶିକ୍ଷକ ରହିଛନ୍ତି । ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଅନ୍ୟପଟେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପଟ୍ଟନାୟକ ଟ୍ୱିଟ କରି ଓଡ଼ିଶାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ ନିରନ୍ତର କାର୍ୟ୍ୟ କରୁଥିବା ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ତାପସ କୁମାର ମହାନ୍ତି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷର ସମ୍ମାନଜନକ ରାଷ୍ଟ୍ରୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ମୋର ଅଭିନନ୍ଦନ । ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶ୍ରୀ ମହାନ୍ତିଙ୍କ ଲିଖିତ ‘ଲର୍ଣ୍ଣି ବେଲ୍’ ପୁସ୍ତକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି ଏବଂ ବ୍ରେଲ୍ ‘ୱାର୍ଡ୍ ବୁକ’ର ପ୍ରସ୍ତୁତି ତାଙ୍କୁ ଦେଇଛି ଅନନ୍ୟ ପରିଚୟ ।
ଶ୍ରୀ ମହାନ୍ତିଙ୍କ ଲିଖିତ ‘ଲର୍ଣ୍ଣି ବେଲ୍’ ପୁସ୍ତକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି ଏବଂ ବ୍ରେଲ୍ ‘ଓ୍ୱାର୍ଡ୍ ବୁକ’ର ପ୍ରସ୍ତୁତି ତାଙ୍କୁ ଦେଇଛି ଅନନ୍ୟ ପରିଚୟ । #OurTeachersOurHeroes #NTA2020
— Dharmendra Pradhan (@dpradhanbjp) September 5, 2020
ସେହିପରି ପିଲାଙ୍କୁ ପାଠ ପ୍ରତି ଆକର୍ଷିତ କରିବା ପାଇଁ କଣ୍ଢେଇକୁ ଶିକ୍ଷାଦାନର ମାଧ୍ୟମ କରିଥିବା ବୌଦ୍ଧ ଜିଲ୍ଲା ସରସରା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସାହୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି । କଣ୍ଢେଇକୁ ଶିକ୍ଷାଦାନର ମାଧ୍ୟମ କରିଥିବା ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନୀୟ କଣ୍ଢେଇ ତିଆରି କଳାକୁ ସେ ଏକ ବିଷୟ ଭାବେ ପିଲାଙ୍କୁ ଶିଖାଇଥାନ୍ତି । କଣ୍ଢେଇ ସାହାଯ୍ୟରେ ପିଲାଙ୍କୁ ଶିକ୍ଷା ପ୍ରଦାନର ନିଆରା ଶୈଳୀ ତାଙ୍କୁ ନୂଆ ପରିଚୟ ଦେଇଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ସୂଚନାନୁଯାୟୀ, ବସନ୍ତ କୁମାର ସାହୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ୟ୍ୟକାରୀ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଉଛନ୍ତି। ସେହିପରି ତାପସ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ଭୀମଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନୀୟ କଣ୍ଢେଇ ତିଆରି କଳାକୁ ସେ ଏକ ବିଷୟ ଭାବେ ପିଲାଙ୍କୁ ଶିଖାଇଥାନ୍ତି । କଣ୍ଢେଇ ସାହାଯ୍ୟରେ ପିଲାଙ୍କୁ ଶିକ୍ଷା ପ୍ରଦାନର ନିଆରା ଶୈଳୀ ତାଙ୍କୁ ନୂଆ ପରିଚୟ ଦେଇଛି।
— Dharmendra Pradhan (@dpradhanbjp) September 5, 2020