ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂଜା ଛୁଟି ପରେ ରାଜ୍ୟରେ ଖୋଲିବ ସ୍କୁଲ । ରାଜ୍ୟର ଅନ୍ୟ ଶ୍ରେଣୀର ପିଲାମାନଙ୍କ ପାଇଁ ଅଫଲାଇନ ପାଠପଢା ଆରମ୍ଭ ହେବ । ଅକ୍ଟୋବର ୨୧ ରୁ ଏକାଦଶ କ୍ଲାସ ଆରମ୍ଭ ହେବାକୁ ଥିବା ବେଳେ ୨୫ ରୁ ଅଷ୍ଟମ ଶ୍ରେଣୀ କ୍ଲାସ କରାଯିବ । ସେଥିପାଇଁ କ୍ୟାମ୍ପସ ପ୍ରସ୍ତୁତ ରଖିବାକୁ ସମସ୍ତ ଜିଲ୍ଲାର ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ଗାଇଡଲାଇନ୍ ଅନୁଯାୟୀ ଚାଲିବ ପାଠପଢା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ସ୍କୁଲ ଖୋଲିବା ନେଇ ପରବର୍ତ୍ତି ବିଚାର କରି ନିଷ୍ପତି ନିଆଯିବ । ପୂର୍ବରୁ ରାଜ୍ୟରେ ଦ୍ୱାଦଶ, ଦଶମ ଓ ନବମ ଶ୍ରେଣୀ ପିଲାମାନଙ୍କ ଅଫଲାଇନ୍ ପାଠପଢା ଆରମ୍ଭ ହୋଇଥିଲା ।