ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ଅଫଲାଇନ୍ ପରୀକ୍ଷା । ୫୦୪ ଟି କେନ୍ଦ୍ରରେ ୧୫ ହଜାରର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସକାଳ ୯ଟା ୧୫ ରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ଛାତ୍ରଛାତ୍ରୀ । ସ୍କ୍ରିନି କରାଯାଇ ଭିତରକୁ ଛଡାଯାଇଥିଲା । ଏହାପରେ ୧୦ ଟାରେ ଆରମ୍ଭ ହୋଇଛି ପରୀକ୍ଷ । ଏହା ୧୨ଟା ଯାଏଁ ଚାଲିବ । କରୋନା ଗାଇଡଲାଇନ ପାଳନ କରି ପରୀକ୍ଷା ହଲରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।
ଚଳିତବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଥିଲା । ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଫର୍ମପୂରଣ କରି ଅଫ୍ ଲାଇନ୍ ପରୀକ୍ଷା ଦେଉଛନ୍ତି ।