କେନ୍ଦ୍ରାପଡା (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଜନବୀବନ ପ୍ରଭାବିତ ହୋଇଛି । ଆଗକୁ ଏହି ମହାମାରୀ କେତେ ଦିନ ରହିବ ତାହା କେହିଁ ଜାଣି ନାହାନ୍ତି । ହେଲେ ଏବେ ସରକାରଙ୍କ ତରଫରୁ ଜନଜୀବନ ପରିସ୍ଥିତିକୁ ସୁଧାରିବା ପାଇଁ ଲକଡାଉନ ଓ ସଟଡାଉନ ଭଳି ପ୍ରକ୍ରିୟାକୁ ଉଚ୍ଛେଦ କରିଛନ୍ତି । ଯାହାଫଳରେ ଏବେ ଲୋକମାନେ କିଛିଟା ଆଶ୍ୱସ୍ତି ପାଇବା ସହ ବିଭିନ୍ନ ଜାଗାକୁ ଯାଇପାରୁଛନ୍ତି । ଅନ୍ୟପଟେ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ଭିତରକନିକା ଖୋଲିବା ନେଇ ରାଜନଗର ଡିଏଫଓ ସୂଚନା ଦେଇଛନ୍ତି ।
ଦୀର୍ଘ ୭ ମାସ ପରେ ଏହାକୁ ପୁଣି ଥରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । କୋଭିଡ କଟକଣା ସହ ଅକ୍ଟୋବର ପହିଲାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ବୋଲି ନିଷ୍ପତ୍ତି ହୋଇଛି । ଏନେଇ ରାଜନଗର ଡିଏଫଓ ସୂଚନା ଦେଇଛନ୍ତି । ତେବେ ପର୍ଯ୍ୟଟକ ମାନେ କେବଳ ଡାଙ୍ଗମାଳରେ ରାତ୍ରୀ ଯାପନର ସୁବିଧା ପାଇପାରିବେ । ରାତ୍ରୀଯାପନ ପାଇଁ ରୁମ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଭିତରକନକାରେ ବୁଲିବାକୁ ଓ ରହିବାକୁ ଅନୁମତି ମିଳିବ ।
ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ ବୁକିଂ କରାଯିବ ନାହିଁ । ଇକୋଟ ଟୁର ଓଡିଶା ଡଟ୍ କମ୍ରେ ଅନଲାଇନରେ ରୁମ ବୁକିଂ କରିଥିବା ପର୍ଯ୍ୟଟକମାନେ ଭିତରକନିକା ବିଲିବାର ସୁବିଧା ପାଇପାରିବେ । ଏହି ପର୍ଯ୍ୟଟକମାନେ ବୋଟିଂ ସହିତ ଭିତରକନିକା ବୁଲିବା ଏବଂ ରାତ୍ରୀଯାପନ କରିବାର ସୁବିଧା ପାଇପାରିବେ । ସେଠାରେ ୧୬ଟି କଟେଜରେ ରାତ୍ରୀଯାପନ ପାଇଁ ସର୍ବନିମ୍ନ ୩୫ ଶହ ଟଙ୍କାରୁ ସର୍ବାଧିକ ୬ ହଜାର ଟଙ୍କା ବ୍ୟବସ୍ଥା ହୋଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024