ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ଥିତିକୁ ସମ୍ପୂର୍ଣ୍ଣ ଦୋହଲାଇ ରଖିଛି ମାରାତ୍ମକ ଭାଇରସ କରୋନା । ଲକ୍ ଡାଉନ୍ ପାଇଁ ଏହାର ପ୍ରଭାବ ଛାତ୍ର-ଛାତ୍ରୀଙ୍କ ପାଠ ପଢା ଉପରେ ବି ପଡିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନିଷ୍ପତି ନିଆଯାଇଛି । ଏଣିକି ଦଶମ ଶ୍ରେଣୀକୁ ଉତ୍ତିର୍ଣ୍ଣ ହେବାକୁ ଥିବା ଛାତ୍ର ଛାତ୍ରୀ ମାନେ ଅନଲାଇନ୍ ଯୋଗେ ପାଠ ପଢିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଜରିଆରେ ଛାତ୍ର ଛତ୍ରୀ ମାନେ ପାଠ ପଢିବେ । ଏହି ପ୍ରକ୍ରିୟା ଏପ୍ରିଲ ୧୪ ପରେ ଆରମ୍ଭ ହୋଇଯିବ । ଆଜିକାଲି ପ୍ରାୟତଃ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଉପଲବ୍ଧ ଅଛି, ସେଥିପାଇଁ ଅନଲାଇନ୍ ଯୋଗେ ଛାତ୍ର-ଛାତ୍ରୀ ମାନେ ପାଠ ପଢିବେ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହାସହିତ ଅନଲାଇନ୍ ଯୋଗେ ଛାତ୍ର-ଛାତ୍ରୀଙ୍କୁ ଗାଇଡ କରିବେ ଶିକ୍ଷକ ଓ ଶିକ୍ଷୟତ୍ରୀ ।