ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଆସିବ +୩ ପ୍ରଥମ କଟ୍ ଅଫ୍ ମାର୍କ । ମେରିଟ ଲିଷ୍ଟରେ ରହିଥିବା ଛାତ୍ର ଛାତ୍ରୀମାନେ କଲେଜରେ ନାମ ଲେଖାଇବେ । ଦିନ ୧୧ଟାରେ ଉଚ୍ଚଶିକ୍ଷା ବିଭାଗର ୱେବସାଇଟରେ ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତା ୧୯ ତାରିଖରୁ ୨୪ ତାରିଖ ଯାଏଁ ହେବ । ଅଗଷ୍ଟ ୫ରେ ଦ୍ୱିତୀୟ ପର୍ୟ୍ୟାୟ ମେରିଟ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇବ । ଅଗଷ୍ଟ ୬ରୁ ୧୧ ମଧ୍ୟରେ ନାମଲେଖା ହେବ ।
ବଳକା ସିଟ୍ ଲାଗି ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ। ତେବେ ଅଗଷ୍ଟ ୮ରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଅଗଷ୍ଟ ୨୪ରୁ ଡ୍ରେସ୍କୋଡ୍ ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ମୋଟ ୧୦୪୭ଟି ଡିଗ୍ରି କଲେଜ ରହିଛି। ସେଥିରେ ନାମଲେଖା ଲାଗି ୨ ଲକ୍ଷ ୩୭ ହଜାର ୨୧୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୮୭୩ ଜଣ ଅନ୍ଲାଇନ୍ରେ ଫି’ ଦାଖଲ କରିଥିବା ଜଣାପଡ଼ିଛି।