ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ଖେଳାଇଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଗୋଟେ ପରେ ଗୋଟେ ଜୀବନ ନେଉଛି ଏହି ଅଦୃଶ୍ୟ ମହାମାରୀ । ରାଜ୍ୟରେ ଆଜି ପୁଣି ଆଉ ୪ ଜଣ କରୋନାରେ ଜୀବନ ହାରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
3. A 56-year old Male of Gajapati district who was also suffering from Diabetes and heart disease.
4. A 60-year old Male of Ganjam district who was also suffering from Chronic Kidney Disease.
— H & FW Dept Odisha (@HFWOdisha) July 17, 2020
ଆଜି ଯେଉଁ ୪ ଜଣଙ୍କର ମୃତ୍ୟୁ ହୋଇଛି ଉଭୟ ଗଞ୍ଜାମ ଜିଲ୍ଲାର ୨ ଜଣ ୫୭ ଓ ୬୦ ବର୍ଷିୟ ବ୍ୟକ୍ତି ରହିଛନ୍ତି । ସେହିପରି ଅନୁଗୁଳର ଜଣେ ୬୬ ବର୍ଷିୟ ପୁରୁଷ ଏବଂ ଗଜପତି ଜିଲ୍ଲାର ୫୬ ବର୍ଷିୟ ପୁରୁଷ ରହିଛନ୍ତି । ଏହି ୪ ଜଣ ମୃତକ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ ।