ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଏଥିପାଇଁ ଉଭୟ ଛାତ୍ରଛାତ୍ରୀ ଓ ପ୍ରଶାନିକ ଅଧିକାରୀମାନେ ନିଜ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ଚଳିତବର୍ଷ ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କ ପାଇଁ ୧୧୪୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମାଟ୍ରିକ ପରୀକ୍ଷା ସମୟରେ ଯେଉଁଭଳି ଭାବରେ କିଛିଟା ତ୍ରୁଟି ସାମ୍ନାକୁ ଆସିଥିଲା ତାହାର ଯେପରି ପୁନଃ ଯୁକ୍ତ ୨ ପରୀକ୍ଷାରେ ନଘଟିବ ସେଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଦୁଷ୍ଟାନ୍ତମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ତେବେ ପରୀକ୍ଷାକୁ ସ୍ୱସ୍ଥ ଓ ତ୍ରୁଟିବିହିନ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ସେହିଭଳି ଭାବେ ୨୦୨ଟି ହବରେ ପରୀକ୍ଷା ପ୍ରଶ୍ନପତ୍ରକୁ ରଖିବାର ବ୍ୟବସ୍ଥା କରାଯାଇଛି ।
ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଯେଉଁଭଳି ଭାବେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ତାହାଯେପରି ପୁକ୍ତ ୨ ପରୀକ୍ଷା ସମୟରେ ନହେବ ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପରୀକ୍ଷାର୍ଥୀଙ୍କ ସମେତ ପରୀକ୍ଷା ଦ୍ୱାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଫୋନ ବ୍ୟବହାର ଉପରେ ରୋକ ଲଗାଯାଇଛି । ରେଜିଷ୍ଟର କରାଯାଇ ଫୋନ ରଖାଯିବ । କୌଣସି ପରିସ୍ଥିତିରେ କେହି ପରୀକ୍ଷା କେନ୍ଦ୍ରକୁ ଫୋନ ନେଇ ଯାଇପାରିବ ନାହିଁ ବୋଲି କୁହାଯାଇଛି। ସେହିଭଳି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ସମୟରେ କଳା ବଲ୍ ପେନ୍ ବ୍ୟବହାର କରିବେ। ଉତ୍ତରଖାତାରୁ କାଗଜ ଚିରିବେ ନାହିଁ। ଏଥିସହ ଶୌଚାଳୟକୁ ଗଲେ ପ୍ରଶ୍ନ ନେଇ ଯାଇପାରିବେ ନାହିଁ ବୋଲି କୁହାଯାଇଛି। ଅଧାଘଣ୍ଟା ପୂର୍ବରୁ ପରୀକ୍ଷା ହଲରେ ପରୀକ୍ଷାର୍ଥୀ ପ୍ରବେଶ କରିବା ସହ ୧୫ ମିନଟ ପୂର୍ବରୁ ସିଟ ବସିବେ । ତେବେ ଚଳିତବର୍ଷ ୪ଟି ଷ୍ଟ୍ରିମର ପରୀକ୍ଷା ଫଳ ଏକାସାଙ୍ଗରେ ବାହାରିବ ବୋଲି ସିଏଚଏସଇର ଡେପୁଟୀ କଂଟ୍ରୋଲର ପ୍ରଶାନ୍ତ ଦାସ ସୂଚନା ଦେଇଛନ୍ତି ।