ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ୨ ପରୀକ୍ଷାକୁ ନେଇ ଏଣିକି ଆଉ ଦ୍ୱନ୍ଦରେ ରୁହନ୍ତୁ ନାହିଁ ଛାତ୍ରଛାତ୍ରୀ ଏବଂ ଅବିଭାବକ । ଲକ୍ ଡାଉନ୍ ଉଠିବା ପରେ ହିଁ ପରୀକ୍ଷା ହେବ । ପରୀକ୍ଷା ବନ୍ଦ ହେବାକୁ ନେଇ ସମ୍ଭାବନା ନାହିଁ । ପରୀକ୍ଷା ହେବାର ୭ ଦିନ ପୂର୍ବରୁ ସୂଚନା ଦିଆଯିବ । ପରୀକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
କରୋନା ଲକ୍ ଡାଉନ୍ ପାଇଁ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରହିଥିଲା । ଏହାପରେ ପରୀକ୍ଷା କେବେ ହେବ ସେନେଇ ଦ୍ୱନ୍ଦରେ ରହିଥିଲେ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅବିଭାବକ । ଏବେ ସେମାନଙ୍କର ଦ୍ୱନ୍ଦ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଯଦି ବି ପରୀକ୍ଷା ହେବାରେ ବିଳମ୍ବ ହୁଏ ତାହାଲେ ନାମ ଲେଖା ପ୍ରକ୍ରିୟା ଠିକ୍ ସମୟରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।