ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ । ଦୁଇଟି ପର୍ଯ୍ୟାୟ ତଥା ଅନଲାଇନ ଏବଂ ଅଫଲାଇନରେ ଚାଲିବ ଖାତା ଦେଖା । ଖାତା ମୂଲ୍ୟାୟନ ପାଇଁ ପାଖପାଖି ୧୫ ହଜାର ଅଧ୍ୟାପକ-ଅଧ୍ୟାପିକା ସାମିଲ ହେବେ । ମୂଲ୍ୟାୟନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ମେ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।