ପୁରୀ (ଏଟିଆର ବ୍ୟୁରୋ): ଘୋଷଯାତ୍ରା ର ରଥ ନିର୍ମାଣ ପାଇଁ ଚତୁର୍ଥ ପର୍ଯ୍ୟାୟ ରଥକାଠ ଶନିବାର ପୁରୀରେ ଆସି ପହଁଚିଛି । ବୌଦ୍ଧ ବନଖଣ୍ଡରୁ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠ ଆସିଛି । ଏଥିରେ ଅଖ ନିର୍ମାଣ କାର୍ଯ୍ୟ କରାଯିବ ।
ବୌଦ୍ଧ ବନଖଣ୍ଡରୁ ମୋଟ ୩୦୩ ଖଣ୍ଡ କାଠ ରଥ ନିର୍ମାଣ ପାଇଁ ଯୋଗାଇ ଦିଆଯିବ । ଘୋଷଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି ।