ଭୁବନ୍ୱେର(ଏଟିଆର ବ୍ୟୁରୋ): ଆଜିଠୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଅନିର୍ଦ୍ଦିଷ୍ଟ କଳ ପାଇ ସ୍ଥଗିତ କରାଯାଇଛି । ବାକି ଥିବ ୬ ଦିନର ପରୀକ୍ଷାକୁ ସ୍ଥଗିତ କରାଯାଇଛି । ସ୍ଥଗିତ କରାଯାଇଥିବା ପରୀକ୍ଷା କେବେ ହେବ ସେନେଇ ପରବର୍ତ୍ତି ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରାଛାତ୍ରୀ ମାନଙ୍କୁ ଜଣାଇ ଦିଆଯିବ । ତେବେ ବାକିଥିବା ପରୀକ୍ଷା ଗୁଡିକର ପ୍ରଶ୍ନପତ୍ର କିଭଳି ସୁରକ୍ଷିତ ରହିବ ସେନେଇ ଗୁରୁତ୍ୱ ଦିଆଯାଇଛି । ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ୨୦୨ ହବ୍ ରେ ରହିଛି । ପ୍ରଶ୍ନପ୍ରତ୍ର ସୁରକ୍ଷିତ ରଖିବା ପାଇଁ ହବ୍ ସୁପର ଭଇଜର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ଯେ, କୌଣସି ବି ପରିସ୍ଥିତିରେ ହବ ଖୋଲାଯିବ ନାହିଁ । ହବ୍ ରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ । ରତିରେ ପବିସିଆର ଗଡି ହବ୍ ଚାରିପଟେ ପେଟ୍ରୋଲିଂ କରିବେ । ପରିଷଦର ଜୋନାଲ ଅଧିକାରୀମାନେ ବି ନିୟମିତ ବ୍ୟବଧାନରେ ହବ୍ କୁ ଗସ୍ତ କରି ଅନୁଧ୍ୟାନ କରିବେ।
ସୂଚନା ଅନୁଯାୟୀ, ୨୩ରୁ ୨୮ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ପରୀକ୍ଷା ବାତିଲ ହୋଇଛି। ଯେଉଁଥିରେ ବିଜ୍ଞାନ ବିଭାଗର ଜୀବବିଜ୍ଞାନ ଓ କଳା ବିଭାଗର ଅର୍ଥନୀତି ବିଷୟର ପରୀକ୍ଷା ରହିଛି। ଏହାବ୍ୟତୀତ ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ବି କିଛି ବିଷୟର ପରୀକ୍ଷା ବି ସ୍ଥଗିତ ରହିଛି।
ସୂଚନାଯୋଗ୍ୟ ଗତକିଛି ଦିନ ଭିତରେ କରେନା ଭାଇରସ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ଉହାନ ସହରରୁ ଅରମ୍ଭ ହୋଇଥିବା ଏହି ଭାଇରସ ବର୍ତ୍ତମାନ ୧୮୮ଟି ଦେଶକୁ ବ୍ୟାପିସାରିଲାଣି । ତେବେ ଭାରତରେ ମଧ୍ୟ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଭାରତରେ ୩୦୦ରୁ ଅଧିକ ଜଣ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଲେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଓଡିଶାରେ ୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ମାନ ଜାରି କରୁଛନ୍ତି ।