ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ସିସିଟିଭି ସ୍କାନରରେ ରହିବ ସମସ୍ତ ପରୀକ୍ଷା କେନ୍ଦ୍ର । ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ଚଳିତଥର ସିସିଟିଭି କ୍ୟାମେରା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଶ୍ନ ହବରେ ପ୍ରଶ୍ନପତ୍ର ପହଁଚିସାରିଛି । ପିଲାଙ୍କ ସ୍ୱାର୍ଥକୁ ଆଗରେ ରଖି ଆନ୍ଦୋଳନରତ ଶିକ୍ଷକଙ୍କୁ ପରୀକ୍ଷାରେ ସହଯୋଗ କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।