ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । ଏହାସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କଳା ଓ ଧନ୍ଦାମୂଳକ ବିଭାଗରେ ମୋଟ ୨ ଲକ୍ଷ ୨୧ ହଜାର ୮୬୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ସେହିପରି ଗତ ଜୁଲାଇ ୩୧ ରେ ପ୍ରକାଶ ପାଇଥିଲା ବାଣିଜ୍ୟ ଓ ବିଜ୍ଞାନ ବିଭାଗର ପରୀକ୍ଷା ଫଳ । ଏହାର ଦୁଇ ସପ୍ତାହ ଭିତରେ କଳା ବିଭାଗର ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଥିଲା ।