ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ ଦୁଇ ସିଲାବସ୍ ଓ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି । ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି । ନୂଆ ସିଲାବସ ଅନୁଯାୟୀ ପରୀକ୍ଷା ହେବ ।
ସିବିଏସଇ ବାଦ ଦେଇଥିବା ଅଧ୍ୟାୟ ଆଧାରରେ ଉଚ୍ଚ ମାଧ୍ୟମିକ ପରିଷଦର ଏକାଡେମିକ କମିଟି ନୂତନ ସିଲାବସ୍ ଉପରେ ମୋହର ମାରିଛି ।
ସେହିପରି ୩ଟି ତ୍ରୟମାସିକ ପରୀକ୍ଷା ବଦଳରେ କେବଳ ୨ ଟି ଇଣ୍ଟରନାଲ ପରୀକ୍ଷା କରାଯିବ । ଏହାସହିତ ଯୁକ୍ତଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦ ପ୍ରତିଶତ ଏବଂ ଇଣ୍ଟରନାଲ ପରୀକ୍ଷାର ୨୦ ପ୍ରତିଶତ ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ । ଅବଶ୍ୟ କଳା ଓ ବାଣିଜ୍ୟ ବିଭାଗ ସିଲାବସରେ କୌଣସି ପରିବର୍ତ୍ତନ ହୋଇନାହିଁ ।