ବଲାଙ୍ଗୀର (ଏଟିଆର ବ୍ୟୁରୋ): ପ୍ରବଳ ବର୍ଷା ପାଇଁ ବଲାଙ୍ଗୀର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି । ସମସ୍ତ ସରକାରୀ , ବେସରକାରୀ ଏବଂ ଅଙ୍ଗନୱାଡି କେନ୍ଦ୍ର ଛୁଟି କରାଯାଇଛି । ଏନେଇ ବଲାଙ୍ଗୀର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଜରୁରୀ କାଳୀନ ପଦକ୍ଷେପ ନିଆଯାଇଛି ।
ଗତକାଲି ରାତିରୁ ବଲାଙ୍ଗୀରରେ ଲଗାଣ ବର୍ଷା ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଜିଲ୍ଲାରେ ଖୋଲା ରହିଛି କଣ୍ଟ୍ରୋଲ ରୁମ୍ ।