ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଘୋଷଣା ହୋଇଛି ପିଜି ଏବଂ ୟୁଜି ପାଠପଢା ଏବଂ ପରୀକ୍ଷା ତାରିଖ । ଆସନ୍ତା ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବ ପିଜି ଏବଂ ୟୁଜିର ପାଠପଢା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି କି, ଯୁକ୍ତ ୩ ଦ୍ୱିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ ପାଇଁ ଫେବୃଆରୀ ୧୦ ରୁ ପାଠ ପଢା ଆରମ୍ଭ ହେବ । ସେଥିପାଇଁ ବିଶ୍ୱବିଦ୍ୟାଳୟ, କଲେଜ ର ହଷ୍ଟେଲ ଫେବୃଆରୀ ୮ ରୁ ଖୋଲିବ । ଏନେଇ ସମସ୍ତ ଶ୍ରେଣୀଗୃହ ହଷ୍ଟେଲ ସାନିଟାଇଜ୍ କରାଯିବ । ପାଠପଢା ବେଳେ ମାସ୍କ ପିନ୍ଧିବା, ୬ ଫୁଟର ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ।
ଅନ୍ୟପଟେ ଅନ୍ୟପଟେ ଏପ୍ରିଲ ୧୯ ରୁ ୩୦ ଏପ୍ରିଲ ମଧ୍ୟରେ ହେବ ୟୁଜି କୋର୍ସର ତୃତୀୟ ସେମିଷ୍ଟାର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା । ଏହାପରେ ଫରୀକ୍ଷା ଫଳାଫଳ ମେ’ ୩୧ ରେ ପ୍ରକାଶ ପାଇବ । ସେହିପରି ଜୁନ୍ ୭ରୁ ଜୁନ୍ ୧୯ ଯାଏଁ ହେବ ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା । ଏହାପରେ ପରୀକ୍ଷା ଫଳ ୨୦ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ ।