ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଲମିରାରେ ସଜା ହୋଇ ଥୁଆ ହୋଇଛି ମଦ । ତାହା ପୁଣି ଗୋଟେ କି ଦୁଇ ବୋତଲ ନୁହେଁ । ବିଭିନ୍ନ ବ୍ରାଣ୍ଡର ଥିବା ପେଟି ପେଟି ମଦ । ଆପଣମାନେ ଭାବୁଥିବେ କି ଏହା କୌଣସି ମଦ ଦୋକାନ କଥା ଆମେ କହୁଛୁ । ଆଜ୍ଞା ଏହା ବିଲକୁଲ ଭୁଲ୍ । କାରଣ ଏହା କୌଣସି ମଦ ଦୋକାନ ନୁହେଁ ବରଂ ଏହି ଦୃଶ୍ୟ ବାଣୀବିହାର ଉକ୍ରଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ସାତ ନମ୍ବର ହଷ୍ଟେଲର ଦୃଶ୍ୟ । ଏନେଇ ପୋଲିସ ଖବର ପାଇଁ ଅଚାନକ୍ ହଷ୍ଟେଲରେ ଚଢାଉ କରିବା ସହ ପେଟି ପେଟି ମଦ ଜବତ କରିଛି ।
ନୂତନ ଭାବେ ତିଆରି ହୋଇଥିବା ସାତ ନମ୍ବର ହଷ୍ଟେଲଟି ତିନି ମହଲା ବିଶିଷ୍ଟ । ସେଥିରେ ୮୦ ରୁ ଅଧିକ ରୁମ୍ ମଧ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରେ ଏଥିରେ ରହିବା ପାଇଁ ୩୧ ଜଣ ପିଲାଙ୍କୁ ଅନୁମତି ଦିଆଯାଇଥିଲା । ମାତ୍ର କୌଣସି କାରଣ ବସତଃ ପରେ ଏହି ହଷ୍ଟେଲରୁ ୨୬ ପିଲା ଛାଡି ପଳାଇଥିଲେ । ସବୁଠୁ ବଡ କଥା ହେଉଛି ସେବେଠୁ ଅନ୍ୟ କୌଣସି ପିଲାଙ୍କୁ ରହିବା ପାଇଁ ଅନୁମତି ମିଳିନଥାଇ ମଧ୍ୟ କିପରି ଭାବେ ହଷ୍ଟେଲରେ ୧୪୦ ରୁ ଅଧିକ ପିଲା ରହୁଥିଲେ । ଯେଉଁମାନେ ଏହି କଲେଜର ନୁହଁନ୍ତି । ସେମାନେ ସମସ୍ତେ ଅଣଛାତ୍ର ବୋଲି ଜାଣିବାକୁ ମିଳିଛି । ଏନେଇ କଣ ହଷ୍ଟେଲ କର୍ତ୍ତୁପକ୍ଷଙ୍କ କାନରେ ଖବର ପହଁଚିନଥିଲା? ନା ଅଣଛାତ୍ରଙ୍କ ରାଜୁତି ପାଇଁ ସେମାନେ ଚୁପ୍ ବସିଥିଲେ ।
ଏନେଇ ଖବର ପାଇ କମିସନରେଟ ପୋଲିସ୍ ହଷ୍ଟେଲରେ ପହଁଚି ଅଣଛାତ୍ରଙ୍କୁ ବାହାରକୁ ବାହାର କରିବା ସହ ହଷ୍ଟେଲ ରୁମ୍ ଗୁଡିକ ତାଲା ପକାଇ ଦେଇଛି ।