ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛିଦିନ ହେବ ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ସକାଳୁ ଆରମ୍ଭ ହୋଇ ଯାଉଛି ପ୍ରବଳ ଖରା । ଇତିମଧ୍ୟରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ତିନିଦିନ ଯାଏଁ ହେବ । ମାନେ ଆଜିଠାରୁ ଆସନ୍ତା ୯ ତାରିଖ ଯାଏଁ କାଳବୈଶାଖୀ ବର୍ଷା ସହ ବିଜୁଳି , ଘଡିଘଡି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଯେଉଁ ସବୁ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି ସେଗୁଡିକ ହେଲା,ନୂଆପଡା , ବଲାଙ୍ଗୀର, କନ୍ଧମାଳ, ସୋନପୁର,ବୌଦ୍ଧ ବଲାଙ୍ଗୀର,ରାୟଗଡା, ଗଜପତି, ଗଞ୍ଜାମ, କେରାପୁଟ, ନବରଙ୍ଗପୁର, ବରଗଡ, କନ୍ଧମାଳ, କେନ୍ଦୁଝର, ସମ୍ବଲପୁର ଏବଂ ମୟୂରଭଞ୍ଜ । ଏହି ସ୍ଥାନ ଗାଡିରେ ଘଡଘଡି ବର୍ଷ ସାଙ୍ଗକୁ ପବନ ବହିବାର ବି ସମ୍ଭାବନା ରହିଛି ।