ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଅଫ ଲାଇନ ଖାତା ଦେଖା । ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ଖାତା ଦେଖା ହେବ । ଦୁଇଟି ସିଫରେ ଖାତା ଦେଖା ହେବ । ପ୍ରଥମ ସିଫ୍ଟିଟି ସକାଳ ୭.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧୨.୩୦ରେ ସରିବାକୁ ଥିବା ବେଳେ ଦ୍ୱିତୀୟ ସିଫ୍ଟି ଅପରାହ୍ନ ୧.୩୦ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଚାଲିବ । ଚଳିତ ମାସ ୧ ତାରିଖରୁ ଇ-ମୂଲ୍ୟାୟନ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଅଫ ଲାଇନ ଖାତା ଦେଖା ହେଉଛି । ଅଫ ଲାଇନରେ ୨୩ଟି କେନ୍ଦ୍ରରେ ପରୀକ୍ଷା ଖାତା ମୂଲ୍ୟାୟନ ହେଉଛି ।୪୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ସେହିପରୀ ଜୁଲାଇ ପ୍ରଥମ ସପ୍ତାହରେ ବାକି ଥିବା ପରୀକ୍ଷା ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।. ତେବେ ଖାତା ଦେଖା ବେଳେ ଅଧ୍ୟାପକ ମାନେ କୋଭିଡ-୧୯ ନିୟମା ଗୁଡିକ ମାନି ଖାତା ଦେଖିବେ । ଅଧ୍ୟାପକ ମାନେ ନିଜ ନିଜ ଭିତରେ ସାମାଜିକ ଦୂରତା ବଜାଇ ରଖିବା ଓ ମାସ୍କା ପିନ୍ଧିବା ଉପରେ ବିଶେଷ ଗୁରୁତ ଦିଆଯାଇଛି । ସେହିଭଲି ମୂଲ୍ୟାୟନ କେନ୍ଦ୍ର ଗୁଡିକୁ ଭଲ ଭାବରେ ସାନିଟାଇଜ କରାଯାଇଛି ।