ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନାର ମୁକାବିଲା ପାଇଁ ସରକାର ରାଜ୍ୟରେ ଲକଡାଉନ ଲାଗୁ କରିଥିଲେ । ହେଲେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲକଡାଉନକୁ ଏହି ମାସରୁ ଉଠାଇ ଦେଇଛନ୍ତି । ଯାହାର ଫଳ ସ୍ୱରୂପ ରାଜ୍ୟରେ ଦିନକୁ ଦିନ ହଜାର ହଜାର ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଲକଡାଉନ କଟକଣା କୋହଳ ହେବା ପରେ ଲୋକମାନେ ବେପରୱା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି ।
କିଛି ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ସେ କହିଛନ୍ତି ରାଜ୍ୟରେ ଲକଡାଉନ ଉଠିଯିବା ଫଳରେ ଲୋକ ବେପରୱା ହୋଇ ବାହାରେ ବୁଲିବା ସହ କୋଭିଡ ନିୟମକୁ ଅଦୁମ ଖାତିରି କରୁନାହାନ୍ତି । ଗତ ଶୁକ୍ର ଓ ଶନିବାରଦିନ ଭୁବନେଶ୍ୱର ଓ କଟକରେ କେତେକ ସ୍ଥାନରେ ଲୋକମାନଙ୍କ ଆଚରଣର ଭିଡିଓ ରେକର୍ଡିଂ କରାଯାଇଥିଲା । ଯେଉଁଠାରେ ଲୋକମାନେ କୋଭିଡ ନିୟମକୁ ଖାତିର କରୁନଥିବା ଦେଖିବାକୁ ମିଳୁଥିବା ବେଳେ ଅନେକ ଲୋକ ମାସ୍କ ପିନ୍ଧୁ ନଥିବା ଓ ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳିଥିଲା ।
ଯାହାଫଳରେ ସଂକ୍ରମଣ ଅଧିକ ପରିମାଣରେ ବ୍ୟପିବାରେ ଲାଗିଛି । ତେବେ ଲୋକେ ଯଦି ସଂକ୍ରମଣକୁ ରୋକିବାକୁ ଚାହୁଛନ୍ତି ତେବେ ସେମାନେ ତିନୋଟି ଜିନିଷକୁ ମାନିବା ଆବଶ୍ୟକ । ସାମାଜିକା ଦୂରତା, ମାସ୍କ ଓ ସ୍ୱସ୍ଥ୍ୟ ସଚେତନ ହେଲେ ସଂକ୍ରମଣ ବ୍ୟପିବ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024