ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଆଜି ପୁଣି ମନ୍ତ୍ରୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ପିଲାମାନେ ପସ୍ତୁତ ହୋଇନଥିବାରୁ ଏହା ଉପରେ ପୁନଃବିଚାର କରାଯିବ । ଆସନ୍ତା ବର୍ଷ ଠାରୁ ଏହି ନିୟମ ଲାଗୁ ହେବା ପାଇଁ ବିଚାର କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ସରକାର ନୂଆ ନିୟମ କରିଛନ୍ତି ଚଳିତ ବର୍ଷ ଯେଉଁ ଛାତ୍ର୍ରଛାତ୍ରୀ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖି ପାସ କରି ନପାରିବେ ସେମାନଙ୍କୁ ଆଉ ଦ୍ୱିତୀୟ ବର୍ଷକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ।
ଯାହା ଫଳରେ ରାଜ୍ୟର ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ମାନେ ଏହାକୁ ବିରୋଧ କରିବା ସହିତ ଏହାକୁ ତୁରନ୍ତ ପ୍ର୍ରତ୍ୟାହର କରିବାକୁ ଦାବି ହୋଇ ଆସୁଥିଲା । ଏମିତିକି ଆଜି ରମାଦେବୀ କଲେଜରେ ଛାତ୍ରୀମାନେ କଲେଜ ଗେଟ ବନ୍ଦ କରିବା ସହିତ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏମିତିକି ବିଶ୍ୱ ବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ । ଆଜି ଏହି ପ୍ରସଙ୍ଗକୁ ନେଇ ପୁରୀରେ ମଧ୍ୟ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଅନ୍ୟପଟେ ମନ୍ତ୍ରୀ ଗତକାଲି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଥିଲେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଭୟବୀତ ହୁଅନ୍ତୁ ନାହିଁ । ପ୍ରଥମ ବର୍ଷ ପରୀକ୍ଷା ହେବ । ଏହାକୁ ବ୍ୟବସ୍ଥିତ ଭାବେ କରାଯିବ । ଛାତ୍ରଛାତ୍ରୀଙ୍କୁ ଷପଲ କରିବା ସରାକାରଙ୍କ ଉଦ୍ଦେଶ୍ୟ ନୁହେଁ ।