ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଏଣିକି ପ୍ରତେକ ବିଦ୍ୟାଳୟ ର ନାମ ଏକାଭଳି ଲେଖାଯିବ । ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ସମସ୍ଥ ସରକାରୀ ବିଦ୍ୟାଳୟ ମାନଙ୍କର ନାମ ଏକାଭଳି ଲେଖାଯିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଖାଲି ସେତିକି ନୁହେଁ ସମସ୍ଥ ବିଦ୍ୟାଳୟର ନାମ ଓଡିଆ ଅକ୍ଷରରେ ଲେଖାଯିବ । ଏହାସହ ପ୍ରେତେକ ବିଦ୍ୟାଳୟର ନାମ ସମାନ ରଙ୍ଗ ରେ ମଧ୍ୟ ଲେଖାଯିବ । ତେବେ ଓଡିଆରେ ଲେଖାଯିବାକୁଥିବା ସ୍କୁଲର ନାମଫଳକର ଉପରେ ରହିବ । ସେହିପରି ଅକ୍ଷର ବଡ ରହିବ । ଅନ୍ୟ ଭାଷାରେ ଲେଖିବାକୁ ଚାହୁଥିଲେ ଓଡିଆ ଭାଷାର ନାମର ଠିକ ତଳକୁ ଲେଖାଯାଇପାରିବ । ସମସ୍ଥ ବିଦ୍ୟାଳୟର ପ୍ରଛଦ୍ଦପଟ ଟେରାକୋଟା ରଙ୍ଗରେ ଲେଖାଯିବ । ସେହିପରି ନାମଫଳକ ବିଦ୍ୟାଳୟର ସମ୍ମୁଖ ଭାଗରେ ରହିବ ।
ସେପଟେ ନାମ ଫଳକରେ ବିଦ୍ୟାଳୟରେ କେତୋଟି ଶେଣୀର ଶିକ୍ଷାଦାନ ହେଉଛି ସେଂ ସମ୍ପର୍କ ରେ ଉଲ୍ଲେଖ ରହିବ । ବିଦ୍ୟାଳୟଟି କେବେ ପ୍ରତିଷ୍ଟା କରାଯାଇଛିି ସେ ସବୁ ମଧ୍ୟ ଉଲ୍ଲେଖ କରାଯିବ । ଏଭଳି ନିୟମ ରାଜ୍ୟ ସରକାର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ସେପଟେ ରାଜ୍ୟରେ ଭାଷା ଆନ୍ଦୋଳନ ତୀବ୍ର ରୂପ ନେଉଥିବାରୁ ରାଜ୍ୟ ସରକାର ଏସବୁକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛନ୍ତି ।