ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ ହେବ ନିଶାମୁକ୍ତ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଖୁବ ଶୀଘ୍ର ଗାଇଡଲାଇନ ଆସିବ ବୋଲି କୁହାଯାଇଛି । ଏହି ଅବସରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
କିଛି ଦିନ ତଳେ କ୍ୟାମ୍ପସରୁ ଡ୍ରଗ୍ ସଚେତନ ଆରମ୍ଭ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି । ହଷ୍ଟ୍ରେଲ ରେ ରହୁଥିବା ଛାତ୍ରଛାତ୍ରୀମାନେ ଅଧିକ ନିଷାସକ୍ତ ହେଉଛନ୍ତି । ଏହାକୁ ରୋକିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯିବ ।
ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଶିକ୍ଷାନୁଷ୍ଠାନ ମାନଙ୍କରେ ନିଶା ସେବନର ହାର କମ ରହିଛି । କିନ୍ତୁ ଏହାର ହାରକୁ ଶୂନ କରିବା ପାଇଁ ଏନଏସଏସର ସ୍ୱେଚ୍ଛାସେବୀମାନେ କ୍ୟାମ୍ପସରେ ସକ୍ରିୟ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟର ୨୧ଟି ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଏକ ଲକ୍ଷ ୧୫ ହଜାର ୫ଶହ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ କାର୍ୟ୍ୟରତ ଅଛନ୍ତି।
ଛାତ୍ରଛାତୀମାନେ ଅନେକ ସମୟରେ କ୍ୟାମ୍ପସ ମଧ୍ୟରେ ନିଶା ସେବନ କରୁଛନ୍ତି ।ଯେଉଁଥି ପାଇଁ କ୍ୟାମ୍ପସର ବାତାବରଣ ନଷ୍ଟ ହେଉଥିବା ବେଳେ କିଛି ପିଲାମାନେ ନିଜର ପଥଭ୍ରଷ୍ଟ ହେଉଛନ୍ତି । ଏଥିରୁ ବଞ୍ଚିତ ହେବା ପାଇଁ ର୍କ୍ୟାମ୍ପସକୁ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।