ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆଜିର ଶିଶୁ କାଲିର ଭବିଷ୍ୟତ । ତୁଳସୀ ଦୁଇପତ୍ରରୁ ବାସିବା ପରି ପିଲାଟି ବେଳରୁ ପିଲାର ହାବଭାବ ଜଣାପଡିଯାଇଥାଏ । ତେବେ ଆଜି ସକାଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ୟୂନିଟ ୪ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଦେଖିବାକୁ ମିଳିଛନ୍ତି କୁନି ବୈଜ୍ଞାନିକ । ବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏକ ବିଜ୍ଞାନ ପ୍ରଦର୍ଶନୀରେ ନିଜର କଳାକୁ ପରିବେଶଣ କରିଛନ୍ତି ଛାତ୍ର ଛାତୀ ମାନେ । ଏଠାରେ ୬ ଶ୍ରେଣୀଗୃହରେ ୬୦ରୁ ଅଧିକ ଛାତ୍ର ଛାତ୍ରୀ ନିଜର ବୁଦ୍ଦି ବିଜ୍ଞାନକୁ ଲୋକ ଲୋଚନକୁ ଆଣିଛନ୍ତି । ଏହାକୁ ଦେଖିବା ପାଇଁ ଅଭିଭାବକ ଏବଂ ବହୁ ସାଧାରଣ ଲୋକଙ୍କ ଭିଡ ମଧ୍ୟ ଜମିଥିଲା ।
ଆୟୋଜିତ ହୋଇଥିବା ଏହି ବିଜ୍ଞାନ ପ୍ରଦଶନୀରେ ମୁଖ୍ୟ ଅତିଥୀ ଭାବରେ ଖୋର୍ଦ୍ଦାଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ପୁରୋନ୍ଦର ନନ୍ଦ ବିବେକାନନ୍ଦ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଫିତା କାଟି ସକାଳ ୧୦ଟାରେ ଏହାକୁ ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥୀ ଭାବେରେ ରିଜିଓନାଲ ସାଇନ୍ସରୁ ଆସିଥିବା ହିମାଂଶୁ ଶତପଥୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।
ନିଜର ବୁଦ୍ଦି ଖଟାଇ ତିଆରି କରିଥିବା ଏହି କୁନି ବୈଜ୍ଞାନିକ ମାନଙ୍କ ଷ୍ଟଲ ବୁଲି ଦେଖିଥିଲେ ଅତିଥୀମାନେ । ଛାତ୍ର ଛାତ୍ରୀମାନଙ୍କୁ ଭବିଷ୍ୟତରେ ଏପରି କିଛି କରି ଆଗକୁ ବଢ଼ିବା ପାଇଁ ଉପଦେଶ ଦେଇଛନ୍ତି । ତେବେ ଏଠାରେ କରାଯାଇଥିବା ଷ୍ଟଲକୁ ପ୍ରଂଶସା କରିଛନ୍ତି ମଧ୍ୟ କରିଛନ୍ତି ଅତିଥୀ ବୃନ୍ଦ ।
ସମୟ ମହଙ୍ଗା ଯୁଗରେ ନିଜର ବହୁ ମୂଲ୍ୟ ସମୟ ଦେଇ ଷ୍ଟଲ ବୁଲି ଦେଖିଥିବାରୁ ବିଦ୍ୟାଳୟ କତୃପକ୍ଷ ଏବଂ ଗୁରୁଜୀ ଗୁରୁ ମା ମାନେ ଅତିଥୀଙ୍କ ନିକଟରେ ଚିର ଋଣି ଥିବା ପ୍ରକାଶ କରିଛନ୍ତି । ଛୋଟ ବୈଜ୍ଞାନିକ ମାନଙ୍କର ପ୍ରଦର୍ଶନରେ ବହୁତ ଖୁସି ହୋଇଛନ୍ତି ଦେଖିବାକୁ ଆସିଥିବା ଅତିଥୀ ଏବଂ ସାଧାରଣ ଲୋକ ଛାତ୍ର ଛାତ୍ରୀଙ୍କ ପିଲାଟି ବେଳରୁ ଏହି କଳା ଖୁବ ପ୍ରଂଶସନୀୟ । ଆଜିର ଶିଶୁ କାଲିର ଭବିଷ୍ୟତ ହୋଇ ଠିଆ ହେବ । ଏଚ୍ଚୁ ଏମାନଙ୍କୁ ପ୍ରେରଣା ଦେଇଛନ୍ତି ବିଦ୍ୟାଳୟର ଗୁରୁଜୀ ଏବଂ ଗୁରୁ ଗୁରୁ ମା । ଏମାନେ ମଧ୍ୟ ଭବିଷ୍ୟତରେ ବଡ ବଡ ବିଜ୍ଞାନ ସେଣ୍ଟରରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇବା ପାଇଁ ଆଶା ରଖିଛନ୍ତି ।
ରିପୋର୍ଟ : ଗୁଣନିଧି ବେହେରା