ଭୁବନେଶ୍ୱର (ଏଟଇଆର ବ୍ୟୁରୋ): ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ରୁ ଆରମ୍ଭ ହେବ । ଏହା ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ନିମନ୍ତେ ମାଧ୍ୟମିକ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ ହୋଇସାରିଛି । ୧୯ତାରିଖରେ ପ୍ରଥମ ଭାଷା ଓଡିଆ, ୨୨ତାରିଖରେ ଇଂରାଜୀ, ୨୪ ତାରିଖରେ ହିନ୍ଦୀ/ ସଂସ୍କୃତ, ୨୬ ତାରିଖରେ ଗଣିତ, ୨୮ତାରିଖରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ । ତେବେ ପରୀକ୍ଷା ସମୟ ସକାଳ ୧୦ରୁ ଦିନ ୧୨.୩୦ ଯାଏଁ ହେବ ।
କେବଳ ଗଣିତ ପରୀକ୍ଷା ଦିନ ସଭିଙ୍କୁ ୧୫ମିନିଟ ଅଧିକ ସମୟ ପ୍ରଦାନ କରାଯିବ । ଅନେକ ବର୍ଷ ହେବ ପରୀକ୍ଷା ସମୟରେ ବିବାଦ ସାମ୍ନାକୁ ଆସୁଥିବା ବେଳେ ଏବର୍ଷ ଯେପରି ପରୀକ୍ଷା ସମୟରେ କୌଣସି ବିବାଦ ନହେବ ସେଥିପାଇଁ ଚେଷ୍ଟା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି କହିଛନ୍ତି । ପରୀକ୍ଷା ସମୟରେ କିଭଳି ପ୍ରଶ୍ନପତ୍ର ଭାଇରାଲ ନହେବ ଏଥିସହ ତ୍ରୁଟି ବିଚ୍ୟୁତି କିପରି ଭାବରେ ନହେବ ଓ ପରୀକ୍ଷା ପ୍ରାଣାଳୀ କିଭଳି ନିର୍ଭୁଲ ଭାବେ ହୋଇପାରିବ ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।