ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବଢ଼ିଲା ସ୍କୁଲ ଛୁଟି । ଜୁନ ୧୯ରେ ସ୍କୁଲ ଖୋଲିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ତେବେ ଅତ୍ୟଧିକ ଖରା ପାଇଁ ଛୁଟି ବଢ଼ାଯାଇଛି । ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ଓ ୨୬ ତାରିଖରେ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତିି ନିଆଯାଇଛି । ଜୁନ୍ ୨୫ ତାରିଖ ଯାଏଁ ଖରାଛୁଟିକୁ ବୃଦ୍ଧି କରାଯାଇଥିବା ସ୍ପଷ୍ଟ କରିଛନ୍ତି ସରକାର ।
ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି । ଖରା ଦିନକୁ ଦିନ ବଢ଼ିବାରେ ଲାଗିଛିତ । ଗତକାଲି ଗୁଳୁଗୁଳି ଅଧିକ ହୋଇଥିଲା । ଯାହା ଦ୍ୱାରା ଧନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି । ଗତକାଲି ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା । ଏପରିସ୍ଥିତିରେ ଛୋଟପିଲାମାନେ ସ୍କୁଲ ଯିବା ନିରାପଦ ନୁହେଁ। ସେଥିପାଇଁ ରାଜ୍ୟ ସରକାର ଖରା ଛୁଟି ବଢ଼ାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ବାତ୍ୟା ଫୋନି ଯୋଗୁ ଅନେକ ସ୍କୁଲର ଛାତ ଉଡି ଯାଇଛି। କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଗୁଡ଼ିକ ମରାମତି ହୋଇପାରି ନାହିଁ। ଯେଉଁଥିପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି ବଢ଼ାଇଥିବା ଅନୁମାନ କରାଯାଉଛି।ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଗୁଆ ଅର୍ଥାତ ଏପ୍ରିଲ ୧ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଥିଲା।