ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ରାଜ୍ୟ ସରକାରଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜ୍ୟର ସମସ୍ତ ପ୍ରସଙ୍ଗରେ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି । ତେବେ ଗତକାଲି ଢ଼େଙ୍କାନାଳ କମଳାଙ୍ଗ ଅଞ୍ଚଳରେ ୭ଟି ହାତୀ ମରିବା ଘଟଣାକୁ ନେଇ ନବୀନଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ଧମେନ୍ଦ୍ର । ନିଜର ଟ୍ୱିଟ ମାଧ୍ୟମରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।
ଜଙ୍ଗଲ ବିଭାଗ ଏବଂ ବିଳୁଳି ବିଭାଗର ସମନ୍ୱୟ ଅଭାବ ହୋଇଥିବା କହିଛନ୍ତି ଧର୍ମେନ୍ଦ୍ର । ଯେଉଁ କାରଣରୁ ଗୋଟିଏ ପରେ ଗୋଟିଏ ଓଡିଶାର ଅମୂଲ୍ୟ ସମ୍ପଦ ନଷ୍ଟ ହେବାରେ ଲାଗିଛି । କେଉଁଠି ହାତୀର ଜୀବନ ଯାଉଛି ତ ଆଉ କେଉଁଠି ମଣିଷର ଜୀବନ ଯାଉଛି । ଏହି ବିଦ୍ୟୁତ ବିଭାଗର ଅସାବଧାତା ପାଇଁ ବନ୍ୟ ଜନ୍ତୁଙ୍କ ଜୀବନ ଯାଉଥିବା ବେଳେ ବନ୍ୟ ବିଭାଗର କର୍ମଚାରୀ ମାନେ ନିଜ ଉପରୁ ଦୋଷ ହଟେଇ ଦେଉଛନ୍ତି । ଏଣୁ ଧମେନ୍ଦ୍ର ନିଜ ଟ୍ୱିଟରେ ସ୍ପଷ୍ଟ ଭାବେ ଲେଖଛନ୍ତି କିି ଏ ହାତ କଣ କରୁଛି ସେ ହାତକୁ କିଛି ଜଣାପଡୁନି ।