ଇଣ୍ଡୋନେସିଆ (ଏଟିଆର ବ୍ୟୁରୋ):ଇଣ୍ଡୋନେସିଆର ଜାକାର୍ତ୍ତା ଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ଘଟିଛି । ଆଜି ସକାଳୁ ଲାୟନ ଏୟାର ବିମାନଟି ଜାକାର୍ତ୍ତରୁ ଉଡାଣ ଭରିବାର ୧୩ ମିନିଟ୍ ପରେ ନିଖୋଜ ହୋଇଯାଇଥିଲା । ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ସମୁଦ୍ର ମଝିରେ ଖସିପଡିଛି । ବିମାନରେ କ୍ରୁ ମେମ୍ବର ସମେତ ୧୮୮ ଲୋକ ଯାତ୍ରା କରୁଥିଲେ ।
ସର୍ଚ୍ଚ ଅପରେସନ ଜାରି ରହିଛି । ବର୍ତ୍ତମାନ ଯାଏଁ ବିମାନର କିଛି ଅଂଶ ମିଳିଛି । ବିମାନଟି ଦୁର୍ଘଟଣା ହେବା ପୂର୍ବରୁ ପାଇଲଟ ଜଣକ ବିମାନକୁ ମୋଡ ବଦଳାଇ ପାଇଁ କହିଥିଲେ କିନ୍ତୁ ତାହା ପୂର୍ବରୁ ବିମାନଟି ନିଖୋଜ ହୋଇଯାଇଥିଲା । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
୨୦୧୩ରେ ଏହି ଅଞ୍ଚଳରେ ଏକ ବିମାନ କ୍ରାସ୍ ହୋଇଥିଲା । ଦୁର୍ଘଟଣାରେ ପାଖାପାଖି ୧୦୮ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ ।