ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମେଡିକାଲ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ରବିବାର ଅନୁଷ୍ଠିତ ହେବ ନିଟ୍- ୟୁଜି ପରୀକ୍ଷା । ପେନ୍ ପେପର ମୋଡରେ ଅପରାହ୍ନ ୨ ଟାରୁ ୫ ଟା ଯାଏଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହି ପରୀକ୍ଷ ଦେବା ପାଇଁ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । ସେମାନଙ୍କ ପାଇଁ ୨୦୨ ଟି ସହରରେ ୩୮୬୨ ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।
ଓଡିଶାର ୧୬ ଟି ସହରରେ ତଥା ପୁରୀ,କଟକ, ଭୁବନେଶ୍ୱର,ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉଲକେଲା, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ମାଲକାନଗିରି, ଫୁଲବାଣୀ, ପାରଳାଖେମୁଣ୍ଡି ଏବଂ ରାୟଗଡାରେ ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । ସେମାନଙ୍କ ପାଇଁ ୮୩ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୧୬ କେନ୍ଦ୍ର କରାଯାଇଛି ।
ସେହିପରି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ସମସ୍ତ କରୋନା ଗାଇଡାଇନ ପାଳନ କରିବେ ପରୀକ୍ଷାତ୍ରୀ ।