ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା କାଲି ପ୍ରକାଶ ପାଇବ ବିଏସଇ ବୋର୍ଡ ଦଶମ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ କଟକ ବିଏସଇ ମୁଖ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାପରେ ଇଣ୍ଟରନେଟରେ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଯଦି କୌଣସି ଛାତ୍ରଛାତ୍ରୀଙ୍କର ଇଣ୍ଟରନେଟ ସୁବିଧା ନଥିବ ତେବେ ଏସଏମଜରିଆରେ ମଧ୍ୟ ଫଳାଫଳ ଜାଣିପାରିବେ । ଏଥିପାଇଁ ସେମାନଙ୍କୁ OR01 <Roll number> ଲେଖି ୫୬୭୬୭୫୦କୁ ପଠାଇବାକୁ ପଡ଼ିବ।
ଇଣ୍ଟରନେଟରେ ପରୀକ୍ଷାଫଳ ଜାଣିବା ପାଇଁ www.bseodisha.in କିମ୍ବା www.bseodisha.ac.in ରେ ଯାଇ ଫଳାଫଳ ଜାଣିପାରିବେ ।
ଅନ୍ୟପଟେ ଷ୍ଟେପ ଓପନ ସ୍କୁଲ ଏବଂ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ ।